
ଚଣ୍ଡିଗଡ: କରୋନା କାଳରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରେମିକା ତଥା ନୃତ୍ୟ ନିର୍ଦ୍ଦେଶିକା ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରି ନେଇଥିଲେ। ଏବେ ଧନଶ୍ରୀଙ୍କୁ ପ୍ରଶଂସା ଓ ଧନ୍ୟବାଦ ଦେଇ ଚହଲ ଏକ ପ୍ରେମଭରା ପୋଷ୍ଠ କରିଛନ୍ତି। ଧନଶ୍ରୀ କିଭଳି ତାଙ୍କ ହୃଦୟ ଚୋରାଇନେଲେ ତାକୁ ନିଆରା ଷ୍ଟାଇଲରେ ବର୍ଣ୍ଣନା କରିଛନ୍ତି ସେ। ଶନିବାର ଇନ୍ଷ୍ଟାଗ୍ରାମ୍ରେ ପ୍ରକାଶ କରିଥିବା ପୋଷ୍ଟରେ ଚହଲ ଲେଖିଛନ୍ତି, ” ତୁମେ ମୋ ହୃଦୟରୁ ଖଣ୍ଡେ ପିଜ୍ଜା ଚୋରାଇ ନେଇଛ”। ଧନଶ୍ରୀ ମଧ୍ୟ ତୁରନ୍ତ ଏହାର ଉତ୍ତର ରଖିଥିଲେ। ପିଜ୍ଜା ଖଣ୍ଡ ଓ ଲାଲ ରଙ୍ଗର ହୃଦୟ ବାଲା ଇମୋଜି ପ୍ରକାଶ କରି ‘ମୁଁ ତୁମ କଥାରେ ରାଜି’ ବୋଲି ସେ ପ୍ରତ୍ୟୁତ୍ତର ଦେଇଥିଲେ। ସେହିଭଳି ଚହଲ ଆଇପିଏଲ୍ ଖେଳିବା ଲାଗି ଦୁବାଇ ପହଞ୍ଚିବାର ଏକ ଫଟୋ ପ୍ରକାଶ କରି ”ସ୍ପିନ୍ ବୋଲିଂ କରି ଟ୍ରଫି ଜିତିନିଅ। ମୋ ସମର୍ଥନ ଓ ଭଲପାଇବା ତୁମ ସହ ଅଛି” ବୋଲି ତା’ ତଳେ ଲେଖିଥିଲେ। ସୂଚନାଯୋଗ୍ୟ ଯେ ଚହଲ ଢେର କିଛି ବର୍ଷ ହେବ ଆଇପିଏଲ୍ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ପ୍ରତିନିଧିତ୍ବ କରୁଛନ୍ତି।
from ଖେଳ – Sambad https://ift.tt/2FIwQnw
0 Comments