ନୂଆଦିଲ୍ଲୀ: ବିଶ୍ୱର ଅନେକ ବଡ଼ ବଡ଼ ବୋଲରକୁ ଧୁଲେଇ କରି ଏବଂ ସଂକଟ ବେଳରେ ଜଣେ ସ୍ଥିତପ୍ରଜ୍ଞ ଅଧିନାୟକ ଭାବେ ବହୁ ସାହସିକ ନିଷ୍ପତ୍ତି ନେଇ ଅନେକ ଅସମ୍ଭବକୁ ସମ୍ଭବ କରିଥିବା ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନି ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏଥି ସହିତ ଭାରତୀୟ କ୍ରିକେଟରେ ଧୋନିଙ୍କ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ଆଉ ତାଙ୍କ ଅବସର ଘୋଷଣା ପରେ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟିଛି।

ଶନିବାର ସମଗ୍ର ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା ବେଳେ ବିଶ୍ୱ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଖେଳାଳି ଧୋନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

 

View this post on Instagram

 

Main Paal Do Pal Ka Shayar Hun 🇮🇳 @mahi7781 #TeamIndia #BleedBlue #MSDhoni #Dhoni

A post shared by MS DHONI 7781 | MAHI7781 (@msdhoni.7781) on

ଏଥିସହିତ ଧୋନି ସିଏସ୍‌କେର ପ୍ରାକ୍‌ଟିସ୍‌ ଜର୍ସି ପିନ୍ଧି ତାଙ୍କ ପ୍ରିୟ ଗୀତ ‘ମେ ପଲ୍‌ ଦୋ ପଲ କା ସାୟର ୟୁଁ….’ ଚଲ ରହା ଥା।’ ଗୀତକୁ ଗାଉଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧୋନି ଏହି ଗୀତ ଗାଉଥିବା ବେଳେ ତାଙ୍କ ପଛରେ ବି କିଛି ଲୋକ ଏହି ଗୀତକୁ ଗୁଣୁଗୁଣାଉ ଥିବା ଶୁଣିବାକୁ ମିଳୁଛି। ତେବେ ଏହି ଭିଡିଓଟି ପୁରୁଣା ବୋଲି କୁହାଯାଉଛି। କିନ୍ତୁ ଧୋନି କ୍ରିକେଟରୁ ବିଦାୟ ନେବା ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି।



from ଖେଳ – Sambad https://ift.tt/2Q0EkUW