
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ଙ୍କୁ ଦଳରେ ନ ରଖିବାର କାରଣ ଗୁରୁବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଅଧିନାୟକ ଦୀନେଶ କାର୍ତ୍ତିକ କହିଛନ୍ତି। ଏହି ଡାହାଣହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ରଥମେ ୨୦୧୪ ନିଲାମରେ କେକେଆର୍ କିଣିଥିଲା। ୨୦୧୮ରେ ତାଙ୍କୁ ୯.୬ କୋଟି ଟଙ୍କାରେ ପୁଣି ଥରେ କିଣିଥିଲା। ଏତେ ଦରରେ କିଣିଥିଲେ ମଧ୍ୟ ଗତ ନିଲାମ ବେଳେ କେକେଆର୍ ତାଙ୍କୁ ଛାଡ଼ି ଦେଇଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ ଲିନ୍ଙ୍କୁ ମୂଳ ଦର ୨ କୋଟି ଟଙ୍କାରେ ହିଁ କିଣିଥିଲା।
କେକେଆର୍ ନିଜସ୍ବ ୱେବସାଇଟରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ କାର୍ତ୍ତିକ ଏହି ବ୍ୟାଟ୍ସମ୍ୟାନ୍ଙ୍କୁ ଛାଡ଼ିବା ପଛର କାରଣ ବର୍ଣ୍ଣନା କରିଛନ୍ତି। “ଲିନ୍ଙ୍କୁ କଷ୍ଟର ସହ ଛାଡ଼ିବାକୁ ପଡ଼ିଲା। ସେ ଦଳ ସହ ଥିଲା ବେଳେ ପ୍ରକୃତରେ ବନ୍ଧୁକ ଭଳି କାର୍ଯ୍ୟ କରୁଥିଲେ। ନିଲାମ ବେଳେ କିଛି ଖେଳାଳିଙ୍କୁ ଛାଡ଼ିବାକୁ ପଡ଼ିଥାଏ। ଲିନ୍ ଦଳ ପାଇଁ ବହୁତ କିଛି କରିଛନ୍ତି। ପ୍ରକୃତରେ ତାଙ୍କୁ ମୁଁ ବହୁତ ଭଲପାଏ ବୋଲି କାର୍ତ୍ତିକ କହିଛନ୍ତି। ଚଳିତ ବର୍ଷ ଆମେ ଇଂଲଣ୍ଡ ଅଧିନାୟକ ଇୟନ ମୋର୍ଗାନଙ୍କୁ (୫.୨୫ କୋଟି) କିଣିଥିଲୁ। ତାଙ୍କ ଅଭିଜ୍ଞତା ଆମ ମଧ୍ୟଭାଗକୁ ସୁଦୃଢ଼ କରିବ ବୋଲି କାର୍ତ୍ତିକ କହିଛନ୍ତି। ତେଣୁ ମୋର୍ଗାନ୍ଙ୍କ ପାଇଁ ଲିନ୍ଙ୍କୁ ଛାଡ଼ିବାକୁ ବାଧ୍ୟ ହେଲୁ ବୋଲି କାର୍ତିକ କହିଛନ୍ତି।
from ଖେଳ – Sambad https://ift.tt/3hRu91r
0 Comments