ଦୁବାଇ: ଅଗଷ୍ଟ ୨୬ ତାରିଖକୁ ଆନ୍ତର୍ଜାତିକ ଶ୍ବାନ ଦିବସ ଭାବେ ପାଳନ କରାଯାଇଛି। ତୁମେ କିପରି ତୁମର ଅତି ବିଶ୍ବସ୍ତ ୪ ଗୋଡିଆ ବନ୍ଧୁଙ୍କ ଯତ୍ନ ନେଉଛ ତାହା ଜଣାଇବା ହେଉଛି ଏହି ଦିବସର ମହତ୍ବ। ଯଦି ତୁମ ପରିବାରରେ ଶ୍ବାନ ପୋଷିଛ ତାହାଲେ ତା’କୁ ଚିହ୍ନଟ କରି ସେମାନଙ୍କ ସହ ଆନନ୍ଦ ଉଠାଇବାର ଦିବସ। ଏପରି ଦିବସରେ ସଂପ୍ରତି ଆଇପିଏଲ୍‌ ଖେଳିବାକୁ ୟୁଏଇରେ ଅବସ୍ଥାନ କରିଥିବା କ୍ରିକେଟ୍‌ ତାରକାମାନେ ସେମାନଙ୍କ ପୋଷା ଶ୍ବାନ ସହ ସାମାଜିକ ଗଣମାଧ୍ୟମରେ ପୁରୁଣା ଫଟୋ ସେୟାର କରିଥିବା ଦେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜ ନିଜ ଶ୍ବାନଙ୍କ ସହ ତା’ର ତାରକା ଖେଳାଳିଙ୍କ କେତେକ ‌ଫଟୋ ସେୟାର କରିଛି। ସେଥିରେ ଅଧିନାୟକ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସକୁ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟ ଅଧିନାୟକ ଶେୟସ ଆୟରଙ୍କ ଫଟୋ ସେୟାର କରିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ତା’ର ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ଝିଅ ସମାଇରା ଶ୍ବାନ ସହ ଖେଳୁଥିବାର ଫଟୋ ସେୟାର କରିଛି। ପାଣ୍ଡ୍ୟା ଭ୍ରାତା କ୍ରୁନାଲ ଓ ହାର୍ଦିକ୍‌ ମଧ୍ୟ ଶ୍ବାନ ସହ ଫଟୋ ଛାଡ଼ିଛନ୍ତି।



from ଖେଳ – Sambad https://ift.tt/3jhKCMp