ଲିସବନ୍‌ (ପର୍ତ୍ତୁଗାଲ): ପ୍ୟାରିସ ସେଣ୍ଟ୍‌ ଜର୍ମାନ୍‌ (ପିଏସ୍‌ଜି) ୟୁଫା ଚାମ୍ପିଅନ୍ସ ଲିଗ୍‌ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ମଧ୍ୟରାତ୍ରୀରେ ଇଷ୍ଟାଡିଓ ଡା ଲୁଜ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ଏହି ଦଳ ୩-୦ ଗୋଲ୍‌ରେ ଆର୍‌ବି ଲିପଜିଗ୍‌କୁ ପରାସ୍ତ କରିଥିଲା। ମାର୍କିନୋସ, ଆଞ୍ଜେଲ ଡି ମାରିଆ ଏବଂ ଜୁଆନ୍‌ ବର୍ନାଟ ଏହି ଗୋଲ୍‌ ତିନିଟି ଦେଇ ଦଳକୁ ଏକପାଖିଆ ବିଜୟ ଦେଇଥିଲେ। ୧୯୭୦ରେ ପ୍ରତିଷ୍ଠା ହୋଇଥିବା ପିଏସ୍‌ଜି ଚଳିତ ବର୍ଷ ୫୦ତମ ବାର୍ଷିକୀ ପାଳନ କରୁଥିଲା ବେଳେ ଦଳର ଫାଇନାଲ୍‌ ପ୍ରବେଶ ପ୍ରଶଂସକମାନଙ୍କୁ ଦ୍ବିଗୁଣିତ ଖୁସି ଦେଇଛି।



from ଖେଳ – Sambad https://ift.tt/3iZCoIW