
ଆୟର୍ଲାଣ୍ଡ: ଷ୍ଟାଡିୟମ ଭିତରେ ଧୂଆଁଧାର ଛକ୍କା ମାରିଲେ ଆଉ ଯେତେବେଳେ କ୍ରିକେଟ ଖେଳି ଆସିଲେ ନିଜ ଗାଡିର ଅବସ୍ଥା ଦେଖି ଉଡ଼ିଗଲା ହୋସ | ଆୟର୍ଲାଣ୍ଡ ଅଲରାଉଣ୍ଡର କେଭିନ ଓବ୍ରାଇନଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ନିଜେ କେଭିନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ କେଭିନ ଆନ୍ତଃପ୍ରାଦେଶିକ ସିରିଜ୍ ମ୍ୟାଚ୍ ଖେଳୁଥିଲେ। ଏହି ମ୍ୟାଚ୍ରେ କେଭିନ ୩୭ ବଲରୁ ୮୨ ରନ କରିଥିଲେ | ଏହି ଇନିଂସରେ କେଭିନ ଓବ୍ରାଇନ୍ ୮ ଟି ଛକ୍କା ମାରିଥିଲେ।
ଏହି ସମୟରେ ତାଙ୍କର ଗୋଟିଏ ଛକ୍କା ଏତେ ଦୂରକୁ ଯାଇଥିଲା ଯେ ଯେଉଁଥିରେ ପାର୍କିଂରେ ରଖାଯାଇଥିବା ତାଙ୍କ କାରର କାଚ ଭାଙ୍ଗିଯାଇଥିଲା। ମାତ୍ର ୩୭ଟି ବଲରେ ୮୨ ରନ କରିବା ପରେ ଉତ୍ସାହିତ ହୋଇ କେଭିନ ଯେତେବେଳେ ଘରକୁ ଯିବା ପାଇଁ କାର ନିକଟକୁ ଆସିଥିଲେ ସେତେବେଳେ ତାଙ୍କ ବଲ ଆଘାତରେ କାରର କାଚ ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ |
Kevin O’Brien in the Inter-Provincial Series match on Thursday:
82 runs in 37 balls
8⃣ x 6s
Broke his own car window with a six
pic.twitter.com/7qtYHRMCRq
— ICC (@ICC) August 28, 2020
ଏହା ଜଣାପଡିବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଏହାକୁ ନେଇ ଟ୍ୱିଟ କରିଛି | ସୂଚନା ଥାଉ କି ପେମ୍ବ୍ରୋକ୍ କ୍ରିକେଟ୍ କ୍ଲବରେ ଏହି ମ୍ୟାଚ୍ ଆୟୋଜିତ ହୋଇଥିଲା ଯେଉଁଥିରେ ଆୟର୍ଲାଣ୍ଡର ବ୍ୟାଟ୍ସମ୍ୟାନ୍ କେଭିନ୍ ଓବ୍ରାଇନ୍ ମଧ୍ୟ ଖେଳୁଥିଲେ।
from ଖେଳ – Sambad https://ift.tt/3jowTng
82 runs in 37 balls
0 Comments