
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ମହମ୍ମଦ ସାମିଙ୍କଠାରୁ ବିଛିନ୍ନ ଥିବା ତାଙ୍କ ପତ୍ନୀ ହସିନ୍ ଜାହାଁଙ୍କୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଧମକ ମିଳୁଛି ବୋଲି ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ କରାଯିବା ଅବସରରେ ହସିନ୍ ନିଜର କିଛି ହିନ୍ଦୁ ଭାଇ ଭଉଣୀଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ ସହ ଦୁଷ୍କର୍ମ ଧମକ ଦିଆଯାଉଛି ବୋଲି ସେ କୋଲକାତାର ସାଇବର ପୁଲିସ୍ ଥାନାରେ ଅଭିଯୋଗ କରିଛନ୍ତି।
‘ଏହା ବଡ଼ ଦୁର୍ଭାଗ୍ୟରେ ବିଷୟ ଯେ, କିଛି ହୀନମନ୍ୟ ପ୍ରବୃତ୍ତିର ଲୋକ ମୋତେ ନିରଂତର ଭାବେ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ମୁଁ ଏବେ ନିଜକୁ ସୁରକ୍ଷିତ ମଣୁନଥିବାରୁ ମୋତେ ସହଯୋଗ କରାଯାଉ। ଏହା ଜାରି ରହିଲେ ମୁଁ ମାନସିକ ବିକାର ଆଡକୁ ଚାଲିଯିବାର ଭୟ ଆସୁଛି’ ବୋଲି ହସିନ୍ ଲେଖିଛନ୍ତି। ମୁଁ ମୋ ଝିଅ ସହ ରହୁଛି, ପ୍ରତି ସେକେଣ୍ଡ ମୋ ପାଇଁ ଦୁଃସ୍ବପ୍ନ ଭଳି ହୋଇଯାଇଛି। ମାନବିକତା ଦୃଷ୍ଟିକୋଣରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ହସିନ୍ ଅନୁରୋଧ କରିଛନ୍ତି।
from ଖେଳ – Sambad https://ift.tt/2XQ5C4N
0 Comments