
ମୁମ୍ବାଇ: ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣକୁ ଆୟୋଜନ କରିବା ନେଇ ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ନିକଟରୁ ବିଦ୍ଧିବଦ୍ଧ ଭାବେ ସବୁଜସଂକେତ ପାଇଯାଇଛି। ଏନେଇ ଇସିବି ମଙ୍ଗଳବାର ସ୍ପଷ୍ଟ କରିଛି। ଇସିବି ଅଧ୍ୟକ୍ଷ ସେକ୍ ନହାୟନ ମବାରକ ଅଲ୍ ନହାୟନ କହିଛନ୍ତି, ଆମର ସବୁଠୁ ପସନ୍ଦର କ୍ରୀଡ଼ାକୁ ଆୟୋଜନ କରିବା ନେଇ ସ୍ପଷ୍ଟ ସୂଚନା ପାଇଯାଇଥିବାରୁ ଆମେ ପ୍ରକୃତରେ ଗର୍ବ ଅନୁଭବ କରୁଛୁ। ତେଣୁ ଏଥରର ଆଇପିଏଲ୍କୁ କ୍ରିକେଟ୍ପ୍ରେମୀ ବିଶ୍ବ ସମୁଦାୟକୁ ଚମତ୍କାର ଭାବେ ଭେଟିଦେବୁ ବୋଲି ସେ କହିଛନ୍ତି। କ୍ରିକେଟ୍ ବିଶେଷକରି ଆମର ନିତିଦିନିଆ ଜୀବନ ହୋଇଥିବାରୁ ଏଥିପ୍ରତି ଆମେ ଯଥେଷ୍ଟ ଗୁରୁତ୍ବ ଦେବୁ ବୋଲି କହିଛନ୍ତି ଇସିବି ଅଧ୍ୟକ୍ଷ। ବିସିସିଆଇର ସବୁଜସଂକେତ ପାଇବା ପରେ ଆଇପିଏଲ୍ ୟୁଏଇରେ ହେବା ନିସନ୍ଦେହ ହୋଇଯାଇଛି ଏବଂ ଆମ ଦଳ ସମସ୍ତ ଦିଗରେ ସହଯୋଗ କରିବା ପାଇଁ ପ୍ରସ୍ତୁତ। କେବଳ ୟୁଏଇ ଏବଂ ଭାରତ ନୁହେଁ ବିଶ୍ବର ସମସ୍ତ କ୍ରୀଡ଼ାପ୍ରେମୀ ଯେପରି ଏହାକୁ ଉପଭୋଗ କରିପାରିବେ ସେ ଦିଗରେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି। ଆଇପିଏଲ୍ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆବୁଧାବି, ଦୁବାଇ ଏବଂ ସାର୍ଜାରେ ଆୟୋଜିତ ହେବ ବୋଲି ସୂଚୀ ରହିଥିବା ସେ ସ୍ପଷ୍ଟ କରିଛନ୍ତି। ଆଇପିଏଲ୍ ଆୟୋଜନ ପ୍ରସ୍ତୁତିରେ ଆମର ଯେଉଁମାନେ ନିଷ୍ଠାର ସହ ସହଯୋଗ କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସିବି ଅଧ୍ୟକ୍ଷ।
from ଖେଳ – Sambad https://ift.tt/30Kq0WO
0 Comments