ଭୁବନେଶ୍ବର: ଆଇଏସଏଲ୍‌ ଦଳ ଓଡ଼ିଶା ଏଫସିର ଯୁବ ଦଳ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି ପ୍ରତିଭାବାନ ଖେଳାଳି ଆନ୍ନାରୟ ସୋଇବମ୍‌। ୨୦୧୯-୨୦ ଋତୁର ରିଲାଏନ୍ସ ଫାଉଣ୍ଡେସନ୍‌ ଯୁଥ୍ ସ୍ପୋର୍ଟସ (ଆରଏଫୱାଇଏସ୍‌) ଜାତୀୟ ପ୍ରତିଯୋଗିତାରେ ତାଙ୍କ ନେତୃତ୍ବାଧୀନ ୟୁନିକ୍‌ ମଡେଲ୍‌ ଏକାଡେମି (ଇମ୍ଫାଲ) ବିଜେତା ହୋଇଥିଲେ। ବ୍ୟକ୍ତିଗତ ଭାବେ ସେ ୫ ମ୍ୟାଚ୍‌ରୁ ୧୧ ଗୋଲ୍‌‌ ଦେଇ‌ ଗୋଲ୍‌ଡେନ୍‌ ବୁଟ୍‌ ସହ ଗୋଲଡେନ୍ ବଲ୍‌ ପୁରସ୍କାର ପାଇଥିଲେ। ଆରଏଫୱାଇଏସ୍‌ ଏକ ଭଲ ଓ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ପ୍ରତିଯୋଗିତା ବୋଲି କହିଛନ୍ତି ଓଡ଼ିଶା ଏଫସି ୧୮ ବର୍ଷରୁ କମ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ସନ୍ଦୀପ ଆଲାହାନ୍‌। ପେସାଦାର କ୍ଲବ୍ ଲାଗି ଖେଳାଳି ଯୋଗାଇବା ଦିଗରେ ଏହି ପ୍ରତ‌ିଯୋଗିତା ବଡ଼ ସୁଯୋଗ ଦେଉଛି ବୋଲି ସେ କହିଥିଲେ। ଓଡ଼ିଶା ଏଫସି ସହିତ ସାମିଲ ହୋଇଥିବାରୁ ଉଲ୍ଲସିତ ଥିବା ଆନ୍ନାରୟ କହିଛନ୍ତି, ‘ଖେଳ ଜୀବନର ଏହି ପର୍ଯ୍ୟାୟରେ ମୋତେ ବଡ଼ ସୁଯୋଗ ମିଳିଛି, ଦଳ ପାଇଁ ମୁଁ ନିଜ ଶ୍ରେଷ୍ଠ ପ୍ରଦର୍ଶନ‌‌ ଦେବାକୁ ଚେଷ୍ଟା କରିବି’।



from ଖେଳ – Sambad https://ift.tt/3isRBC1