ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେଉଛି। ଏଭଳି ସ୍ଥିତିରେ ବୁଧବାର ଅଭ୍ୟାସ ପାଇଁ ଯାଇଥିଲା ବେଳେ ଗୁରୁଗ୍ରାମ ରାସ୍ତାରେ ଫସି ଯାଇଥିଲେ ଭାରତୀୟ କ୍ରିକେଟର ଶିଖର ଧାୱନ। ତାଙ୍କୁ ଉଧାର କରିବାକୁ ଯାଇଥିବା ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫଙ୍କୁ ମଧ୍ୟ ଜଳ‌ସ୍ରୋତ ଭିତରେ ଢେର କିଛି ସମୟ ଅଟକି ରହିବାକୁ ପଡ଼ିଥିଲା। ପାଣି କମିବା ପରେ ଯାଇ ଉଭୟ ନିଜ ନିଜ ଘରକୁ ଫେରିପାରିଥିଲେ। ଏହି ଫଟୋଟିକୁ କୈଫ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯାହା ବେଶ୍ ଭାଇରାଲ୍ ହେବାରେ ଲାଗିଛି।



from ଖେଳ – Sambad https://ift.tt/3hgWIoG