ଦୁବାଇ: ଆଇସିସି ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲରେ ଭାରତର କେଏନ୍ ଅନନ୍ତପଦ୍ମନାଭନ ସ୍ଥାନ ପାଇଛନ୍ତି। ଅନ୍ୟତମ ଭାରତୀୟ ଅମ୍ପାୟାର ନିତିନ ମେନନ ଏଲିଟ୍ ପ୍ୟାନେଲକୁ ପଦୋନ୍ନତି ପାଇବା ପରେ ଅନ୍ତର୍ଜାତୀୟ ପ୍ୟାନେଲରେ ଅନନ୍ତପଦ୍ମନାଭନ ତାଙ୍କ ସ୍ଥାନ ନେଇଛନ୍ତି। ଏହି ପୂର୍ବତନ କେରଳ ସ୍ପିନର ଆଇସିସି ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲରେ ପୂର୍ବରୁ ସ୍ଥାନ ପାଇ ସାରିଥିବା ସି ସାମସୁଦ୍ଦିନ, ଅନିଲ ଚୌଧୁରୀ ଓ ବୀରେନ୍ଦ୍ର ଶର୍ମାଙ୍କ ସହ ଯୋଗ ଦେଇଛନ୍ତି।

ଫଳରେ ଆଗାମୀ ସମୟରେ କନିଷ୍ଠ ବିଶ୍ବକପ୍ ସହ ଅନ୍ତର୍ଜାତୀୟ ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଅମ୍ପାୟାରିଂ କରିବାର ଯୋଗ୍ୟତା ସେ ହାସଲ କରିଛନ୍ତି। ୫୦ ବର୍ଷୀୟ ଅନନ୍ତପଦ୍ମନାଭନ ପୂର୍ବରୁ ବିଭିନ୍ନ ଘରୋଇ ପ୍ରତିଯୋଗିତା ସହ ଆଇପିଏଲ୍‌ରେ ଅମ୍ପାୟାରିଂ କରି ସାରିଛନ୍ତି। ସେ ଘରୋଇ କ୍ରିକେଟ୍‌ରେ କେରଳର ପ୍ରତିନିଧିତ୍ବ କରି ୧୦୫ ପ୍ରଥମ ଶ୍ରେଣୀ ଓ ୫୪ ଲିଷ୍ଟ ଏ’ ମ୍ୟାଚ୍‌ରୁ ଯଥାକ୍ରମେ ୩୪୪ ଓ ୮୭ ୱିକେଟ୍ କରାୟତ କରିଛନ୍ତି।



from ଖେଳ – Sambad https://ift.tt/3gLHZ4x