
ପ୍ୟାରିସ: ଆମେରିକାର ୧୬ ବର୍ଷୀୟା ଯୁବତୀ କୋକୋ ଗଫ୍ ଚଳିତ ଫ୍ରେଞ୍ଚ୍ ଓପନ୍ର ପ୍ରଥମ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଗତ ବର୍ଷର ସେମିଫାଇନାଲିଷ୍ଟ ତଥା ନବମ ମାନ୍ୟତାପ୍ରାପ୍ତ ଇଂଲଣ୍ଡର ଜୋହାନା କୋଣ୍ଟାଙ୍କୁ ୬-୩, ୬-୩ ସେଟ୍ରେ ହରାଇ ବିଦାୟର ରାସ୍ତା ଦେଖାଇଛନ୍ତି। ୟୁଏସ୍ ଓପନ୍ର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ଗଫ୍ ପରବର୍ତ୍ତୀ ପର୍ଯ୍ୟାୟରେ ଇଟାଲିର ମାର୍ଟିନା ଜିଟରଙ୍କୁ ଭେଟିବେ। ଅନ୍ୟ ମହିଳା ଏକକ ବର୍ଗରେ ତୃତୀୟ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା, ପଞ୍ଚମ ମାନ୍ୟତାପ୍ରାପ୍ତ କିକି ବର୍ତେନ୍ସ, ସେରେନା ୱିଲିୟମ୍ସ (ଷଷ୍ଠ), ପେଟ୍ରା କ୍ବିତୋଭା (ସପ୍ତମ) ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ୟୁକ୍ରେନର ସ୍ବିତୋଲିନା ୭-୬, ୬-୪ ସେଟ୍ରେ ଭାର୍ଭେରା ଗ୍ରାଚିଭାଙ୍କୁ, ବର୍ତେନ୍ସ ୨-୬, ୬-୨, ୬-୨ ସେଟ୍ରେ କାଟାରିନା ଜାଭାସ୍କାଙ୍କୁ, ଆମେରିକାର ସେରେନା ୭-୬, ୬-୦ ସେଟ୍ରେ ନିଜ ଦେଶର କ୍ରିସ୍ତି ଆନଙ୍କୁ, କ୍ବିତୋଭା ୬-୩, ୭-୫ ସେଟ୍ରେ ଓସିନେ ଦୋଦିନଙ୍କୁ ପରାସ୍ତ କରିଥିଲେ।
ପୁରୁଷ ଏକକ ବର୍ଗରେ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଖେଳାଳି ଆଣ୍ଡି ମରେଙ୍କୁ ପରାସ୍ତ କରିଛନ୍ତି ସ୍ବିଜରଲାଣ୍ଡର ଷ୍ଟାନ୍ ୱାରିକା। ପ୍ରଥମ ପର୍ଯ୍ୟାୟରେ ୱାରିଙ୍କା ସିଧାସଳଖ ୬-୧, ୬-୩, ୬-୨ ସେଟ୍ରେ ମରେଙ୍କୁ ହରାଇ ଥିଲେ। ଦ୍ବିତୀୟ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଓ ଡୋମିନିକ ଥିମ୍ (ତୃତୀୟ) ପ୍ରଥମ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ସ୍ପେନ୍ର ନାଦାଲ ୬-୪, ୬-୪, ୬-୨ ସେଟ୍ରେ ବେଲାରୁଷର ଇଗର ଗେରାସିମୋଭଙ୍କୁ ଏବଂ ଥିମ୍ ୬-୪, ୬-୩, ୬-୩ ସେଟ୍ରେ ମାରିନ ସିଲିକଙ୍କୁ ହରାଇ ଥିଲେ।
from ଖେଳ – Sambad https://ift.tt/3mTpVZQ
0 Comments