ଆଇପିଏଲ୍‌-୨୦୨୦ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ନିଜ ଖେଳାଳିମାନଙ୍କ ପାଇଁ ରାତ୍ରୀଭୋଜନ ସହ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରିଥିଲା। ଏହି ଉତ୍ସବରେ ଗତ ୧୦ ବର୍ଷ ଧରି ଦଳର ନେତୃତ୍ବ ଏବଂ ଗତ ବର୍ଷ ସର୍ବାଧିକ ରନ୍‌ ହାସଲକାରୀ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ବର୍ଣ୍ଣ କ୍ୟାପ୍‌ ପ୍ରଦାନ କରାଯାଇଥିଲା। ସ୍ବତନ୍ତ୍ର ପୁରସ୍କାର ଭାବେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଖଣ୍ଡା ପ୍ରତିକୃତି ଦିଆଯାଇଥିଲା। ସେ ଆଇପିଏଲ୍‌ର ଶ୍ରେଷ୍ଠ ବାମହାତୀ ସ୍ପିନର ଥିଲେ। ଦଳ ସହ ୧୦ ବର୍ଷ ଧରି ରହିଥିବାରୁ ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାଇକ୍‌ ହସି, ୫୦୦ ଟି-୨୦ ୱିକେଟ୍‌ ହାସଲ କରିଥିବା ଡ୍ବେନ୍‌ ବ୍ରାଭୋ ଏବଂ ସିଏସ୍‌କେ ପାଇଁ ଗତ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଷ୍ଟ୍ରେଲିଆ ଆଲ୍‌ରାଉଣ୍ଡର ସେନ୍‌ ୱାଟସନ୍‌ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।



from ଖେଳ – Sambad https://ift.tt/2ZMTYIC