
ବରଗଡ଼: ବରଗଡ଼ ସହର ଉପକଣ୍ଠସ୍ଥ କଟାପାଲି ଗ୍ରାମର ଅନିଲ ମେହେର। ଶନିବାରଠାରୁ ଆରମ୍ଭ ହୋଇଥିବା ଆଇପିଏଲ୍ରେ ସେ ଗ୍ରାଫିକ୍ସ ଅପରେଟର୍ ଭାବେ ପଦାର୍ପଣ କରିଛନ୍ତି। ଅନିଲ ବରଗଡ଼ ଜିଲ୍ଲାରୁ ୧୬ ଓ ୧୯ ବର୍ଷରୁ କମ୍ ଏବଂ ବରିଷ୍ଠ ବର୍ଗରେ ପ୍ରତିନିଧିତ୍ବ କରିଛନ୍ତି। ଜଣେ ପେସାଦାର ଖେଳାଳି ଭାବେ ନିଜକୁ ଗଢ଼ିବା ଏବଂ ଆଇପିଏଲ୍ ଖେଳିବା ତାଙ୍କ ସ୍ବପ୍ନ ଥିଲା। ଏଥିପାଇଁ ସେ ଭୁବନେଶ୍ବର ଏବଂ ପରେ ମୁମ୍ବାଇରେ ପ୍ରଶିକ୍ଷଣ ମଧ୍ୟ ନେଉଥିଲେ। କିନ୍ତୁ ଆଇପିଏଲ୍ରେ ଖେଳାଳି ଭାବେ ନୁହଁ, ଡିଜିଟାଲ୍ ସ୍କୋରର୍ ଟିମ୍ରେ ସେ ସ୍ଥାନ ପାଇଛନ୍ତି। ଆଇପିଏଲ୍ର ଡିଜିଟାଲ୍ ସ୍କୋର୍ ବୋର୍ଡ ପାଇଁ ଦିଲ୍ଲୀର ଗୋଟିଏ କମ୍ପାନି ଅନୁବନ୍ଧିତ ଅଛି। ଉକ୍ତ କମ୍ପାନି ଜରିଆରେ ସେ ଆଇପିଏଲ୍ରେ ପ୍ରବେଶ କରିଛନ୍ତି। ଦୀର୍ଘ ଦେଢ଼ ବର୍ଷ ହେଲା ସେ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ଶେଷରେ ସେ ପଡ଼ିଆ ବାହାରୁ ଆଇପିଏଲ୍ରେ ସାମିଲ ହେବା ସୁଯୋଗ ପାଇଛନ୍ତି।
from ଖେଳ – Sambad https://ift.tt/2ZTopgx
0 Comments