
ଭୁବନେଶ୍ବର: ‘ଏସିଆ ରଗ୍ବି ଅନଷ୍ଟପେବଲ୍’ ଅଭିଯାନରେ ସାରା ଦେଶର ତିନି ଜଣ ମହିଳା ରଗ୍ବି ଖେଳାଳି ଭାରତର ପ୍ରତିନିଧିତ୍ବ କରିବେ। ସେଥିମଧ୍ୟରେ ଓଡ଼ିଶା ଓ କିସ୍ର ସୁମିତ୍ରା ନାୟକ ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇ ଜଣ ହେଲେ ବାହାଭିଜ୍ ବରୁଚା ଓ ସଂଧ୍ୟା ରାଏ। ଗୋସ୍ପୋର୍ଟସ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପ୍ତି ବୋପାୟା, ଡେଲ ଇଏମସି ସିଏସଆର ମୁଖ୍ୟ ଏପି ଅର୍ଚନା ସହାୟ, ଡ୍ରିମ୍ ଇଲେଭେନ୍ ସିଏସଆର ପ୍ରବନ୍ଧକ ନେହା ଶର୍ମା ଓ ଅଭିନେତା ତଥା ଅନ୍ତର୍ଜାତୀୟ ରଗ୍ବି ତାରକା ରାହୁଲ ବୋଷଙ୍କୁ ନେଇ ଗଠିତ ବିଚାରକମଣ୍ଡଳି ଏହି ତିନି ଜଣଙ୍କୁ ବାଛିଥିଲେ। ଏହି ଅଭିଯାନରେ ସାମିଲ ହେବା ଲାଗି ୬୦ରୁ ଅଧିକ ମହିଳା ଖେଳାଳି ଆବେଦନ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ତିନି ଜଣ ପ୍ରେରଣା ଦାୟକ କ୍ରୀଡ଼ା ବ୍ୟକ୍ତିତ୍ବ ଭାବେ ବିଚାରକ ମଣ୍ଡଳି ସୁମିତ୍ରା, ବାହାଭିଜ୍ ଓ ସଂଧ୍ୟାଙ୍କୁ ବାଛିଥିଲେ। ରଗ୍ବି ଇଣ୍ଡିଆ ଓ କିସ୍ ପକ୍ଷରୁ ଏଥିଲାଗି ଏହି ତିନି ଜଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି। କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ ମଧ୍ୟ ଏକ ଫେସବୁକ୍ ପୋଷ୍ଟରେ ଏମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ଅଭିଯାନ ମହିଳା ରଗ୍ବିର ପ୍ରସାର ଓ ପ୍ରସାର ପାଇଁ ଆରମ୍ଭ କରାଯାଇଛି।
from ଖେଳ – Sambad https://ift.tt/33Ll04q
0 Comments