
ଆବୁଧାବି: କାରବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ଖେଳି ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଖେଳିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଅଲ୍ରାଉଣ୍ଡର କିରଣ ପୋଲାର୍ଡ ଏବଂ ଅନ୍ୟ ସିପିଏଲ୍ ଖେଳାଳିମାନେ ନିଜ ନିଜ ଫ୍ରାଞ୍ଚାଇଜ୍ ସହ ଶନିବାର ଯୋଗ ଦେଇଛନ୍ତି। ପୋଲାର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଯୋଗ ଦେଇଛନ୍ତି। କେବଳ ପୋଲାର୍ଡ କାହିଁକି ସିପିଏଲ୍ ଖେଳିଥିବା ଅନ୍ୟ କେତେକ କାରବୀୟ ଏବଂ ଅନ୍ୟ ରାଷ୍ଟ୍ରର ଖେଳାଳିମାନେ ମଧ୍ୟ ଶନିବାର ୟୁଏଇରେ ପାଦ ଥାପିଛନ୍ତି। ପୋଲାର୍ଡଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍ ତାରକା ସେର୍ଫାନେ ରଦରଫୋର୍ଡ ମଧ୍ୟ ଦଳ ସହ ଯୋଗ ଦେଇଛନ୍ତି। ପୋଲାର୍ଡଙ୍କ ନେତୃତ୍ବରେ ତ୍ରିନ୍ବାଗୋ ନାଇଟ୍ ରାଇଡର୍ସ ସିପିଏଲ୍ ବିଜେତା ହୋଇଥିବାରୁ ଏଥର ଆଇପିଏଲ୍ରେ ତାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର ରହିବ।
from ଖେଳ – Sambad https://ift.tt/3ioVlos
0 Comments