
ଆବୁଧାବି : ଚଳିତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ତ୍ରୟୋଦଶ ମ୍ୟାଚ୍ ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳାଯାଉଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ଭିତରେ ମୁକାବିଲା ଆରମ୍ଭ ହୋଇଛି। ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ କିଙ୍ଗସ ଇଲେଭେନ୍ ପଞ୍ଜାବ ନିଷ୍ପତ୍ତି ନେଇଛି । ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଛି ରୋହିତ୍ ବାହିନୀ । ତେବେ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଲାଇନ-ଅପ୍ ଶକ୍ତିଶାଳୀଥିବାରୁ ପଞ୍ଜାବ ବିରୋଧରେ ରୋହିତ୍ ବାହିନୀ ବଡ଼ ସ୍କୋର କରିବାକୁ ଲକ୍ଷ୍ୟ ରଖିଛି ।
#KXIP have won the toss and they will bowl first in Match 13 of #Dream11IPL against #MumbaiIndians.#KXIPvMI pic.twitter.com/7WTIjQCXOO
— IndianPremierLeague (@IPL) October 1, 2020
ସେପଟେ ପଞ୍ଜାବର ବୋଲିଂ ଏତେ ମଜବୁତ ନୁହେଁ କିନ୍ତୁ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ବିଶେଷ କରି କ୍ୟାପଟେନ୍ କେ ଏଲ୍ ରାହୁଲ ଏବେ ପୂରା ଫର୍ମରେ ଅଛନ୍ତି। ଚଳିତ ଆଇପିଏଲରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଶତକ ହାସଲ କରି ଅରେଞ୍ଜ କ୍ୟାପର ହକଦାର ରହିଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଏକ ଦମଦାର୍ ମ୍ୟାଚ୍ ଦେଖିବାକୁ ମିଳିପାରେ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି ।
from ଖେଳ – Sambad https://ift.tt/2SfE3i3
0 Comments