
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୦ର ୨୭ ତମ ମ୍ୟାଚ୍ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୬୩ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଟିମ୍ର ଓପନର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ବ୍ୟକ୍ତିଗତ ଭାବେ ଯୋଗଦାନ ଦେଇଥିଲେ। ଏଥି ପାଇଁ ସେ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ଅଧିନାୟକ ଶ୍ରେସୟ ଆୟର। ସେ ୩୩ଟି ବଲ ଖେଳି ୪୨ ରନ୍ ସଂଗ୍ରହ କରିଥିଲେ।
Innings Break!
69* from Dhawan and a well made 42 by Shreyas Iyer propel #DelhiCapitals to a total of 162/4 on the board.#MumbaiIndians need 163 runs to win. Who are you rooting for?
Scorecard – https://t.co/0fS0687cpP #Dream11IPL pic.twitter.com/IIEE3GPVCL
— IndianPremierLeague (@IPL) October 11, 2020
ପୃଥ୍ଵୀ ସ ୪ ରନ୍, ଆଜିଙ୍କ୍ୟ ରହାଣେ ୧୫ ରନ୍, ମାର୍କସ ଷ୍ଟୋଇନିସ୍ ୧୩ ରନ୍ ଓ ଆଲେକ୍ସ କେରି ଅପରାଜିତ ୧୪ ରନ୍ କରିଥିଲେ। ଦିଲ୍ଲୀ ମାତ୍ର ୪ ରନ୍ରେ ଅର୍ଥାତ ପ୍ରଥମ ଓଭରରେ ପୃଥ୍ଵୀ ଓ ୫ମ ଓଭରରେ ୨୪ ରନ୍ରେ ଆଜିଙ୍କ୍ୟ ରହାଣେଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ଓ୍ଵିକେଟ୍ରେ ଅଧିନାୟକ ଆୟର ଆଉଟ ହେବା ବେଳକୁ ଦଳର ସ୍କୋର ୧୦୯ରେ ପହଂଚି ସାରିଥିଲା। ଦିଲ୍ଲୀର ୧୩୦ ରନ୍ରେ ମୁମ୍ବାଇର ୪ର୍ଥ ଶିକାର ହୋଇଥିଲେ ଷ୍ଟୋଇନିସ।
from ଖେଳ – Sambad https://ift.tt/3iPRArB
0 Comments