
ଦୁବାଇ : ଆଇପିଏଲ୍ ଇତିହାସରେ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନକୁ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ ନାମରେ କରି ନେଇଛନ୍ତି। ଶୁକ୍ରବାର ଧୋନି ସନ୍ରାଇଜର୍ସ ହାଇଦ୍ରାଦାବ ବିପକ୍ଷରେ ନିଜ ୧୯୪ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ଏହି ଅବସରରେ ସେ ନିଜ ଦଳୀୟ ସାଥୀ ସୁରେଶ ରାଇନାଙ୍କ ଆଇପିଏଲ୍ ମ୍ୟାଚ୍ କୀର୍ତ୍ତିମାନ (୧୯୩)କୁ ପଛରେ ପକାଇଥିଲେ। ଧୋନି କେବଳ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ଏଗାର ଋତୁ ଖେଳି ୧୬୪ ମ୍ୟାଚ୍ରେ ପ୍ରତିନିଧିତ୍ବ କରିଛନ୍ତି। ୨୦୧୩ ସ୍ପଟ୍ ଫିକ୍ସିଂ ମାମଲାରେ ସିଏସକେ ନିଲମ୍ବିତ ହେବା ପରେ ୨୦୧୬ ଏବଂ ୨୦୧୭ ଦୁଇଟି ଋତୁ ପାଇଁ ଧୋନି ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ପାଇଁ ୩୦ ମ୍ୟାଚ୍ ଖେଳିଥିଲେ। ଶୁକ୍ରବାରର ମ୍ୟାଚ୍ ପୂର୍ବରୁ ଧୋନିଙ୍କୁ ସୁରେଶ ରାଇନା ପ୍ରଥମେ ଅଭିନନ୍ଦନ ଜଣାଇଥିଲେ। ‘ଆଇପିଏଲ୍ର ସର୍ବାଧିକ ମ୍ୟାଚ୍ ଖେଳାଳି ହୋଇଥିବାରୁ ଅଭିନନ୍ଦନ ମାହି ଭାଇ। ମୋ କୀର୍ତିମାନକୁ ଭାଙ୍ଗିଥିବାରୁ ମୁଁ ବହୁତ ଖୁସି। ମୁଁ ନିଶ୍ଚିତ ଚଳିତ ବର୍ଷ ଚେନ୍ନାଇ ସୁପର୍ କିଙ୍ଗ୍ସ ଆଇପିଏଲ୍ ଟ୍ରଫି ଜିତିବ’ ବୋଲି ରାଇନା ଟ୍ବିଟ୍ କରିଛନ୍ତି।
from ଖେଳ – Sambad https://ift.tt/34qZhiO
0 Comments