
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପୂର୍ବତନ-କ୍ରିକେଟର ବୀରେନ୍ଦ୍ର ସେହୱାଗ । ନୂଆ ଅବତାରରେ ଦେଖାଦେଲେ ସେହୱାଗ । ବାବା ବେଶରେ ସୋସିଆଲ ମିଡିଆକୁ ଚମକାଇଲେ । ମଜାଳିଆ ଟ୍ୱିଟ୍ କରି ଏଥର ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ ବାବା ବେଶରେ ଆସି ଦେଇଛନ୍ତି କରୋନା ମନ୍ତ୍ର ।
Trump ko Covid se nipatne ke liye Baba Sehwag ka aashirwad.
Go Corona Go Corona Go pic.twitter.com/6hVivMU9kY— Virender Sehwag (@virendersehwag) October 2, 2020
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନାରୁ ଭଲ ହେବା ପାଇଁ କ୍ରିକେଟର ବୀରେନ୍ଦ୍ର ସେହୱାଗ ଦେଇଛନ୍ତି ଆଶୀର୍ବାଦ । ଏକ କୌତୁକିଆ ଟ୍ୱିଟ୍ କରି ଟ୍ରମ୍ପଙ୍କୁ କରୋନା ମନ୍ତ୍ର ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହୋଇଛି । ଏହାସହ ତାଙ୍କ ପୋଷ୍ଟକୁ ଗୋଟିଏ ଘଣ୍ଟା ମଧ୍ୟରେ ୧ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ଟ୍ରମ୍ପଙ୍କୁ କରୋନା ସହ ଲଢେଇ କରିବାକୁ ବାବା ସେହୱାଗ ଦେଲେ ଆଶୀର୍ବାଦ ।
ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରଠାରୁ ଉଭୟ ହ୍ବାଇଟହାଉସରେ ସଙ୍ଗରୋଧରେ ରହିଛନ୍ତି । ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ସଚିବ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ନିଜ ନମୁନା ଟେଷ୍ଟ କରିଥିଲେ ।
from ଖେଳ – Sambad https://ift.tt/2Sjg29Z
0 Comments