
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୦ର ଏକବିଂଶ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଶେଖ ଜୟେଦ୍ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଉଥିବା ଏହି ଲିଗ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।
ଚଳିତ ଆଇପିଏଲ୍ରେ କୋଲକାତା ଟିମ୍ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳିଛି। ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଗତ ସେପ୍ଟେମ୍ବର ୨୬ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍ ଓ ସେପ୍ଟେମ୍ବର ୩୦ ତାରିଖରେ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଥିଲା। କିନ୍ତୁ କୋଲକାତା ଟିମ୍ ଗତ ସେପ୍ଟେମ୍ବର ୨୩ ତାରିଖରେ ମୁମ୍ବାଇଠାରୁ ୪୯ ରନ୍ ଓ ଗତ ୩ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୧୮ ରନ୍ରେ ପରାସ୍ତ ହୋଇଥିଲା।
#CSK gearing up for their clash against #KKR.#Dream11IPL #KKRvCSK pic.twitter.com/YRFixEJ6EQ
— IndianPremierLeague (@IPL) October 7, 2020
ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ୨୦୨୦ ଆଇପିଏଲ୍ ସଂସ୍କରଣରେ ଏଯାଏଁ ୫ଟି ମ୍ୟାଚ୍ ଖେଳିଛି। ଏଥିରୁ ୨ଟି ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ବାକି ୩ଟିରେ ପରାଜିତ ହୋଇଛି। ଚେନ୍ନାଇ ଟିମ୍ ଚଳିତ ଆଇପିଏଲ୍ର ଉଦ୍ଘାଟନୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହା ପରେ ୩ଟି ମ୍ୟାଚ୍ କ୍ରମାଗତ ଭାବେ ରାଜସ୍ଥାନ ରୟାଲସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ ଠାରୁ ହାରିଥିଲା। କିନ୍ତୁ ଧୋନିଙ୍କ ଟିମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ବିପକ୍ଷରେ ଗତ ୪ ତାରିଖ ୧୦ ଓ୍ଵିକେଟ୍ରେ ବିଜୟୀ ହୋଇଥିଲା।
from ଖେଳ – Sambad https://ift.tt/2I2Du9n
0 Comments