
ନୂଆଦିଲ୍ଲୀ: ଆପଣ ଏ ଖବରଟି ନିଶ୍ଚୟ ପଢ଼ିଥିବେ ଯେ ଗୁଗୁଲରେ ସର୍ଚ୍ଚ କଲେ ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହିଲିଙ୍କ ସ୍ଥାନରେ ଆସୁଛି ଆଫ୍ଗାନିସ୍ଥାନ କ୍ରିକେଟର ରସିଦ୍ ଖାନ୍ଙ୍କ ନାମ । ଏହା ଆପଣଙ୍କୁ ଅଦ୍ଭୁତ ଲାଗିପାରେ, କିନ୍ତୁ ଆପଣ ଥରେ ଗୁଗୁଲ ସାଇଟକୁ ଯାଇ ୱାଇଫ୍ ଅଫ୍ ରସିଦ୍ ଖାନ ସର୍ଚ୍ଚ କରି ଦେଖନ୍ତୁ । ସେଠାରେ ଅନୁଷ୍କା ଶର୍ମାଙ୍କ ନାମ ସହିତ ଫଟୋ ବି ଆସୁଛି ।
ତେବେ, ଏ ନେଇ ଏକ ନୂଆ ତଥ୍ୟ ହାସଲ ହୋଇଛି। କାହିଁକି ଗୁଗୁଲ୍ ଏପରି ମିଥ୍ୟା ତଥ୍ୟ ଦେଉଛି ବୋଲି କାରଣ ଖୋଜିବାରୁ ଜାଣିବାକୁ ମିଳିଛି ଯେ ରସିଦଙ୍କର ଏକ ପୁରୁଣା ଇନ୍ଷ୍ଟାଗ୍ରାମ୍ ସେସନ୍ କାରଣରୁ ଏପରି ଦ୍ବନ୍ଦ୍ବ ଉପୁଜିଛି।
ରସିଦଙ୍କୁ ଏକ ଇନ୍ଷ୍ଟା ଅଧିବେଶନରେ ତାଙ୍କର ପ୍ରିୟ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ପଚରାଯାଇଥିଲା। ତାଙ୍କ ପ୍ରତିକ୍ରିୟାରେ କ୍ରିକେଟର ଅନୁଷ୍କା ଏବଂ ପ୍ରୀତି ଜିଣ୍ଟାଙ୍କ ନାମ ନେଇଥିଲେ। ସନ୍ଦେହ କରାଯାଉଛି ଯେ ରସିଦ ନିଜ ପସନ୍ଦର ନାୟିକା ଭାବେ ଅନୁଷ୍କାଙ୍କ ନାମ ନେଇଥିବାରୁ ଏହି ସଂଯୋଗ ଉପୁଜିଛି।

ରସିଦ୍ ଖାନ୍ ବର୍ତ୍ତମାନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି। ଅନ୍ୟପକ୍ଷରେ ବିରାଟ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ୨୦୧୭ରେ ଇଟାଲିରେ ବିବାହ କରିଥିଲେ। ଜାନୁୟାରୀ ୨୦୨୧ ରେ ନିଜର ପ୍ରଥମ ପିଲାକୁ ସ୍ବାଗତ କରିବେ ବୋଲି ଆଶା କରାଯାଉଛି। ଏ ନେଇ ଏହି ଦମ୍ପତି ପୂର୍ବରୁ ସୋସିଆଲ୍ ମିଡିଆରେ ଘୋଷଣା କରି ସାରିଛନ୍ତି।
The post ଏହି କାରଣରୁ ରସିଦ୍ ଖାନ୍ ଓ ଅନୁଷ୍କା ଶର୍ମାଙ୍କୁ ପତି-ପତ୍ନୀ ବୋଲି କହୁଛି ଗୁଗୁଲ୍! first appeared on Sambad.
from ଖେଳ – Sambad https://ift.tt/3drtHp1
0 Comments