
ଦୁବାଇ : ଚଳିତ ଆଇପିଏଲ୍ରେ କିରଣ ପୋଲାର୍ଡଙ୍କ ବିଧ୍ବଂଶକାରୀ ପ୍ରଦର୍ଶନ ପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଡାରେନ୍ ସାମି ପ୍ରଶଂସା କରିଛନ୍ତି। ପୋଲାର୍ଡ ଲମ୍ବା ହ୍ୟାଣ୍ଡଲ ବ୍ୟବହାର କରୁଥିବାରୁ ତାଙ୍କ ବ୍ୟାଟିଂରୁ ବଡ଼ ସଟ୍ ଦେଖିବାକୁ ମିଳୁଥିବା ସାମି କହିଛନ୍ତି। ଏହାଛଡ଼ା ଆନ୍ଦ୍ରେ ରସେଲ ମଧ୍ୟ ପ୍ରତିଯୋଗିତାରେ ଅନ୍ୟତମ ଭୟଙ୍କର ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ପୋଲାର୍ଡ ଡେଥ୍ ଓଭରଗୁଡ଼ିକରେ ବଡ଼ ବଡ଼ ଛକା ମାରୁଛନ୍ତି। ଏହି ଅଲରାଉଣ୍ଡର ବର୍ତ୍ତମାନସୁଦ୍ଧା ୪ ମ୍ୟାଚ୍ରୁ ୧୦ଟି ଛକା ମାରିସାରିଲେଣି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପୋଲାର୍ଡ ୨୪ ବଲ୍ରୁ ୬୦ ରନ୍ର ବିସ୍ଫୋରକ ପାଳି ଖେଳି ମ୍ୟାଚ୍କୁ ସୁପର ଓଭର ପର୍ଯ୍ୟନ୍ତ ନେଇଯାଇଥିଲେ।
ଗୁରୁବାର ପୋଲାର୍ଡ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୨୦ ବଲ୍ରୁ ୪୭ ରନ୍ ସଂଗ୍ରହ କରିଥିଲା ବେଳେ ସେଥିମଧ୍ୟରେ ୪ ଚୌକା ଓ ୪ ବିଶାଳକାୟ ଛକା ସାମିଲ ଥିଲା। ତେବେ ଏହି ଛକା ମାରିବା କୌଶଳ ସଂପର୍କରେ ସାମି କହିଛନ୍ତି ଯେ ଧୀମା ବଲ୍ ପକାଉଥିବା ବୋଲରଙ୍କୁ ସାମ୍ନା କରିବା ବେଳେ ନିଜର ଓଜନକୁ ପଛଗୋଡ଼ ଉପରେ ଭାର ଦେଇଥା’ନ୍ତି। ତେଣୁ ବଲ୍ ପକାଇଲା ବେଳେ ତରବରିଆ ନହୋଇ ବ୍ୟାକ୍ଫୁଟରେ ତାହାକୁ ସଟ୍ ମାରିଥା’ନ୍ତି। ପୋଲାର୍ଡ କିମ୍ବା ରସେଲ ଉଭୟ ଏହି ଭଳି ଭାବେ ଖେଳୁଥିବାରୁ ସେଥିରେ ସେମାନେ ସଫଳ ହେଉଥିବା ସାମି କହିଛନ୍ତି।
from ଖେଳ – Sambad https://ift.tt/3nadf0N
0 Comments