
ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ତାଙ୍କର ଅପରାଜିତ ଅର୍ଦ୍ଧଶତକ (୭୯ ରନ୍, ୪୭ ବଲ୍, ୧୧ ଚୌକା, ୨ ଛକା) ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଜି ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଛି। ସ୍ଥାନୀୟ ଶେଖ୍ ଜୟେଦ୍ କ୍ରିକେଟ୍ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିଣି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
Innings Break!
After opting to bat first, #MumbaiIndians post a total of 193/4, courtesy some brilliant batting by SKY (79*)
Will #RR chase this down?#Dream11IPL #MIvRR pic.twitter.com/8Q8IUZRe9R
— IndianPremierLeague (@IPL) October 6, 2020
ମୁମ୍ବାଇ ଇଣ୍ଡିଆନ୍ସ ୪୯ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇ ଥିଲା। ରାଜସ୍ଥାନର ବୋଲର କାର୍ତ୍ତିକ ତ୍ୟାଗୀ ଓପରନ କ୍ୱିଣ୍ଟନ୍ ଡି କକ୍ଙ୍କ ପାଭ୍ଲିଅନ ପଠାଇଥିଲେ। ଏହା ପୂର୍ବରୁ ଡି କକ୍ ୨୩ ରନ୍ ସଂଗ୍ରହ କରିସାରିଥିଲେ। ସେ ୧୫ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରାଜସ୍ଥାନର ୨ୟ ଶିକାର ହୋଇଥିଲେ ରୋହିତ୍ ଶର୍ମା (୩୫ ରନ୍, ୨୩ ବଲ୍, ୨ ଚୌକା, ୩ ଛକା)। ରୋହିତ ଶର୍ମା ଶ୍ରେୟସ୍ ଗୋପାଳଙ୍କ ବଲ୍ ରାହୁଲ ତିଓ୍ଵାତିଆଙ୍କୁ କ୍ୟାଚ୍ ଦେବା ପୂର୍ବରୁ ମୁମ୍ବାଇ ୮୮ ରନ୍ କରି ସାରିଥିଲା।
ମୁମ୍ବାଇର ତୃତୀୟ ଓ୍ଵିକେଟ୍ ଭାବେ ଈଶାନ କିଷାନ ଆଉଟ୍ ହୋଇଥିଲେ। ସେତେବେଳକୁ ମଧ୍ୟ ଦଳର ସ୍କୋର ୮୮ ରନ୍ ଥିଲା। ସେ ଗୋଟିଏ ବଲ୍ର ସମ୍ମୁଖୀନ ହୋଇ କୌଣସି ରନ୍ ନକରି ଶ୍ରେୟସ ଗୋପାଳଙ୍କ ବଲ୍ ସଂଜୁ ସାମସନ୍ଙ୍କୁ କ୍ୟାଚ୍ ଦେଇ ପାଭ୍ଲିଅନ୍କୁ ଫେରିଥିଲେ। କ୍ରଣାଳ ପାଣ୍ଡ୍ୟା ୧୭ଟି ବଲ୍ ଖେଳି ୧୨ ରନ୍ କରିଥିଲେ। ଏଥିରେ ଗୋଟିଏ ଚୌକା ଥିଲା। ଜ୍ରୋଫ୍ରା ଆର୍ଚ୍ଚରଙ୍କ ବଲ୍ ଶ୍ରେୟସ ଗୋପାଳଙ୍କୁ କ୍ୟାଚ ଦେଇ କ୍ରୁଣାଳ ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୯ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୩୦ ରନ୍ ଯୋଡ଼ିଥିଲେ।
from ଖେଳ – Sambad https://ift.tt/3lbLof0
0 Comments