ପ୍ୟାରିସ : କ୍ଲେ କୋର୍ଟର ରାଜା ସ୍ପେନ୍‌ ତାରକା ରାଫେଲ ନାଦାଲ ‌ଲଗାତାର ଚତୁର୍ଥ ଥର ଲାଗି ଫ୍ରେଞ୍ଚ ଓପନ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ୧୯ ଗ୍ରାଣ୍ଡ ସ୍ଲାମ ବିଜେତା ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍‌ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଡିଏଗୋ ସ୍ବର୍ଜମାନଙ୍କୁ ୬-୩, ୬-୩, ୭-୬ ସେଟ୍‌ରେ ପରାସ୍ତ କରିଥିଲେ। ଏହି ବିଜୟ ସହ ନାଦାଲ ମଧ୍ୟ ସ୍ବର୍ଜମାନ୍‌ଙ୍କଠୁ ମଧୁର ପ୍ରତିଶୋଧ ନେଇଛନ୍ତି। ସ୍ବର୍ଜମାନ୍‌ ସେପ୍ଟେମ୍ବର ୨୦ ତାରିଖରେ ଇଟାଲିଆନ୍‌ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ନାଦାଲଙ୍କୁ ପରାସ୍ତ କରିଥିଲେ। ପ୍ୟାରିସ୍‌ରେ ସ୍ବର୍ଜମାନ୍‌ଙ୍କୁ ପରାସ୍ତ କରି ୩୪ ବର୍ଷୀୟ ନାଦାଲ ରୋଲାଣ୍ଡ ଗ୍ୟାରୋସରେ ନିଜର ତ୍ରୟୋଦଶ ଟ୍ରଫି ହାସଲର ଶେଷ ପାହଚରେ ପହଞ୍ଚିଛନ୍ତି। ଏଠାରେ କେବେ ଫାଇନାଲ୍‌ ହାରିନଥିବା ନାଦାଲ ଟ୍ରଫି ଲଢ଼େଇରେ ଶୁକ୍ରବାର ବିଳମ୍ବିତ ରାତିରେ ଶୀର୍ଷ ମାନ୍ୟତାପ୍ରାପ୍ତ ‌ସର୍ବିଆର ନୋଭାକ ଜୋକୋଭିକ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ ଗ୍ରିକ୍‌ ଷ୍ଟିଫାନୋ ସିସିପାସଙ୍କ ମଧ୍ୟରେ ଖେଳାଯିବାକୁ ଦ୍ବିତୀୟ ସେମିଫାଇନାଲ୍‌ ବିଜେତାଙ୍କୁ ଭେଟିବେ।



from ଖେଳ – Sambad https://ift.tt/34ESRwo