ନୂଆଦିଲ୍ଲୀ: ଦେଶରେ ଅନ୍‌ଲକ୍‌ ୪.୦ ପ୍ରକ୍ରିୟା ଆରମ୍ଭ ହୋଇଛି। ଧୀରେ ଧୀରେ ବିଭିନ୍ନ କ୍ଷେତ୍ର ସ୍ବାଭାବିକ ହେଉଛି। କୋଭିଡ୍‌ ଗାଇଡ୍‌ଲାଇନ ମାନି ଯାନବାହନ ଚଳାଚଳ ଠାରୁ ଆରମ୍ଭ କରି ଦୋକାନବଜାର ଖୋଲିଛି। ତେବେ ଅକ୍ଟୋବର ୧ରୁ ଦେଶର ସିନେମା ହଲ୍‌ଗୁଡ଼ିକ ଖୋଲିବ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ହୋଇଥିଲା। ଏହି ଖବର ସତ ନା ମିଛ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅକ୍ଟୋବର ୧ରୁ ଦେଶର ସମସ୍ତ ସିନେମା ହଲ୍‌ ଖୋଲିବ ବୋଲି ଗୃହ ମନ୍ତ୍ରା‌ଳୟକୁ ଉଦ୍ଧାର କରି କିଛି ମିଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପିଆଇବି ଫ୍ୟାକ୍ଟ ଚେକ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏଭଳି ଖବର ମିଥ୍ୟା ଓ ଗୁଜବ ବୋଲି କୁହାଯାଇଛି। ସିନେମା ହଲ୍‌ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କିଛି ନିଷ୍ପତ୍ତି ନିଆଯାଇନାହିଁ ବୋଲି ପିଆଇବି ଫ୍ୟାକ୍ଟ ଚେକ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ତେବେ ଏହି ଖବରକୁ ନେଇ ଏବେ ସାରା ଦେଶରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।



from ଖେଳ – Sambad https://ift.tt/2FOmSB2