
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଫ୍ୟାନମାନେ ସର୍ବଦା ତାଙ୍କରି ଭଳି ଷ୍ଟାଇଲ ମାରିବାକୁ ଚେଷ୍ଟା କରିଥାଆନ୍ତି। ବିରାଟଙ୍କ ଜୀବନ ଶୈଳୀ କିପରି ସେ ତାଙ୍କ କିଟ ବ୍ୟାଗରେ କ’ଣ ସବୁ ରଖି ଥାଆନ୍ତି ତାହା ଜାଣିବାକୁ ଫ୍ୟାନମାନଙ୍କ ବହୁତ ଆଗ୍ରହ ରହିଥାଏ।
ଅନ୍ୟ ସମସ୍ତ ଖେଳାଳିଙ୍କ ପରି ବିରାଟ କୋହଲିଙ୍କ ପାଇଁ ତାଙ୍କ କ୍ରିକେଟ କିଟ ବ୍ୟାଗ ଅତ୍ୟନ୍ତ୍ର ସ୍ବତନ୍ତ୍ର ରହିଛି। ନିକଟରେ ଆରସିବି କୋହଲିଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ବିରାଟ ନିଜର କିଟ ବ୍ୟାଗରେ କ’ଣ କ’ଣ ସବୁ ରଖିଛନ୍ତି ସେସବୁ ନିଜ ଫ୍ୟାନମାନଙ୍କୁ ଦେଖାଉଛନ୍ତି।
ଭିଡିଓରେ ବିରାଟ କହିଛନ୍ତି ଯେ, ତାଙ୍କୁ ତାଙ୍କ କିଟ ବ୍ୟାଗ ସଜାଇବା ଓ ସବୁକିଛି ସଠିକ ଭାବେ ଭରିବାକୁ ପସନ୍ଦ । ସେ ନିଜର କଟ ବ୍ୟାଗରେ କିଛିଟା ସ୍ବତନ୍ତ୍ର ସାମଗ୍ରୀ ରଖିବା ସହିତ ୧୧ଟି ବ୍ୟାଟ ଏବଂ ୧୦ରୁ ୧୧ଟି ଗ୍ଲୋଭସ ସହିତ ୟୁଏଇ ଯାଇଛନ୍ତି। ସେ ସାଙ୍ଗରେ ଏକ ବିଶେଷ ଜୋତା ମଧ୍ୟ ନେଇଛନ୍ତି।
![]()
ବିରାଟ କୋହଲି ଆଇପିଏଲ ଆରମ୍ଭରେ ଭଲ ପ୍ରଦର୍ଶନ କରି ନପାରିବାରୁ ଫେରି ଆସିଛନ୍ତି। ସେ ଏଯାବତ ୭ଟି ମ୍ୟାଚରେ ୨୫୬ ରନ କରିଛନ୍ତି। ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ତାଙ୍କ ଟିମ ଆରସିବି ୭ଟି ମ୍ୟାଚରୁ ୫ଟିରେ ଜିତି ତୃତୀୟ ସ୍ଥାନରେ ଅଛି।
The post ବିରାଟ ତାଙ୍କ କିଟ ବ୍ୟାଗରେ କ’ଣ କ’ଣ ସବୁ ରଖି ଥାଆନ୍ତି ଆସନ୍ତୁ ଜାଣିବା first appeared on Sambad.
from ଖେଳ – Sambad https://ift.tt/33XitFI
0 Comments