
ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୧ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।
ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ବେଶ ଭଲ ପ୍ରଦର୍ଶନ କରିଚାଲିଛି । ଦଳ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୫ ବିଜୟ ୨ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ମାତ୍ର ପଞ୍ଜାବ ଦଳର ପ୍ରଦର୍ଶନ ସବୁଠାରୁ ଖରାପ ରହିଆସିଛି । ଦଳ ୭ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ମାତ୍ର ୨ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ତଳେ ରହିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଞ୍ଜାବର ଚୂଡ଼ାନ୍ତ ଏକାଦଶରେ ଆଜି ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ସ୍ଥାନ ପାଇଛନ୍ତି । ଫଳରେ ବହୁଦିନ ପରେ କ୍ରିକେଟ ପ୍ରେମୀ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିପାରିବେ ।
ଏହାଛଡ଼ା ପଞ୍ଜାବ ଦଳରେ ଦିପକ ହୁଦା ଓ ମୁରୁଗାନ ଅଶ୍ବୀନ ସ୍ଥାନ ପାଇଛନ୍ତି ।
The post ଆଇପିଏଲ୍ : ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର first appeared on Sambad.
from ଖେଳ – Sambad https://ift.tt/3du5iz0
0 Comments