
ଦୁବାଇ: କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ୍ ଚଳିତ ଆଇପିଏଲ୍ରେ ନିଜର ପ୍ରଥମ ମ୍ୟାଚ୍ ଗୁରୁବାର ଖେଳିବାର ସମ୍ଭାବନା ରହିଛି। ଖାଦ୍ୟ ବିଷାକ୍ତୀକରଣ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଠିକ୍ ନଥିବାରୁ ସେ ଗତ ସପ୍ତାହରେ ହାଇଦ୍ରାବାଦ ସନ୍ରାଇଜର୍ସ ଏବଂ କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ଖେଳିପାରିନଥିଲେ। ସେ ଏହି ସମସ୍ୟାରୁ ମୁକ୍ତି ପାଇଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷ ଗୁରୁବାର ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଅନିଲ କୁମ୍ବଲେ କହିଛନ୍ତି। ସୋମବାର କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଗେଲ୍ଙ୍କ ଫଟୋ ଛାଡ଼ିବା ସହ ଫେରିବା ନେଇ ସୂଚନା ଦେଇଛି। ସେ ଏବେ ସୁସ୍ଥ ଅଛନ୍ତି ଏବଂ ଗୁରୁବାର ଆର୍ସିବି ବିପକ୍ଷରେ ଖେଳିପାରନ୍ତି ବୋଲି ସୂଚନା ଦିଆଯାଇଛି। ୭ ମ୍ୟାଚ୍ରୁ ୬ ମ୍ୟାଚ୍ ହାରି ଚିନ୍ତାରେ ଥିବା ପଞ୍ଜାବ ପାଇଁ ଗେଲ୍ଙ୍କ ଫେରିବା ଟିକେ ଆଶ୍ବସ୍ତ ଆଣିଛି।
The post ଖାଦ୍ୟ ବିଷାକ୍ତୀକରଣରୁ ମୁକୁଳିଲେ ଗେଲ୍, ଆର୍ସିବି ବିପକ୍ଷରେ ଖେଳିପାରନ୍ତି first appeared on Sambad.
from ଖେଳ – Sambad https://ift.tt/3dprwlI
0 Comments