ଦୁବାଇ: ସନ୍ଦେହଜନକ ବୋଲିଂ ଢଙ୍ଗ ପାଇଁ ଚର୍ଚ୍ଚାକୁ ଆସିଥିବା ୱେଷ୍ଟଇଣ୍ଡିଜ୍‌ ସ୍ପିନର୍‌ ସୁନିଲ ନାରାୟଣ ଆଉ ପୂର୍ବଭଳି ବୋଲର ନାହାନ୍ତି ବୋଲି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ୍ ପିଟରସନ୍‌। ସୋମବାର ନାରାୟଣଙ୍କ ବିନା ଖେଳିଥିବା କେକେଆର୍‌ ମଧ୍ୟ ୮୨ ରନ୍‌ର ବଡ଼ ବ୍ୟବଧାନରେ ଆର୍‌ସିବି ନିକଟରୁ ହାରିଯାଇଥିଲା। ସନ୍ଦେହାତ୍ମକ ବୋଲିଂ ଢଙ୍ଗ ଅଭିଯୋଗରେ ପଡ଼ିଥିଲେ ମଧ୍ୟ ନାରାୟଣ ସୋମବାର ଖେଳିପାରିଥା’ନ୍ତେ। କେକେଆର୍‌ କିନ୍ତୁ ତାଙ୍କୁ ଦୂରେଇ ରଖିଥିଲା। ପୂର୍ବ ଦୁଇ ମ୍ୟାଚ୍‌ରେ ସେ ଡେଥ୍‌ ଓଭରରେ ବୋଲିଂ କରି ଦଳକୁ ବିଜୟୀ କରାଇଥିଲେ। ଏହା ସତ୍ତ୍ବେ ପିଟରସନ୍‌ ସୁନିଲ ନାରାୟଣଙ୍କ ଉପରୁ ଆସ୍ଥା ହରାଇଛନ୍ତି। ୨୦୧୨ ମସିହାରୁ କେକେଆର୍‌ର ଆଭ୍ୟନ୍ତରୀଣ ଅଙ୍ଗ ରହିଥିବା ନାରାୟଣ ବିଗତ କିଛି ବର୍ଷ ଭଳି ବୋଲର ନୁହନ୍ତି। ତାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ନୁହେଁ ବୋଲି ପିଟରସନ୍‌ କହିଛନ୍ତି। ତାଙ୍କୁ ଜଣେ ଶୀର୍ଷକ୍ରମ ବ୍ୟାଟସମ୍ୟାନ୍ ‌ଭାବେ ଖେଳାଇବାକୁ ମୁଁ ପସନ୍ଦ କରେନାହିଁ। ଜଣେ ସ୍ପିନ୍‌ର ଭାବେ ମଧ୍ୟ ବିଗତ ୨/୩ ବର୍ଷ ହେବ ସେ ବଲ୍‌କୁ ସଠିକ୍ ସ୍ପିନ୍ କରିପାରୁନାହାନ୍ତି ବୋଲି ପିଟରସନ୍‌ କହିଛନ୍ତି।

The post ନାରାୟଣ ପୂର୍ବଭଳି ନାହାନ୍ତି: ପିଟରସନ୍‌ first appeared on Sambad.



from ଖେଳ – Sambad https://ift.tt/374I1m3